ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ସାହୁ ମୃତ୍ୟୁ ଘଟଣା । ଓଡ଼ିଶା ପୋଲିସକୁ ଆଉ ଏକ ସଫଳତା । ଦୀର୍ଘ ଦିନ ପରେ ପୋଲିସ କବ୍ଜାରେ ମାଷ୍ଟର ମାଇଣ୍ଡ । ସୌମ୍ୟ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଥିବା ବିନୋଦ କୁମାର ବେହେରାକୁ କେନ୍ଦ୍ରାପଡ଼ା ଇନ୍ଦୁପୁରରୁ ଗିରଫ କରି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଲା ।ମେ ୭ ତାରିଖରେ ବାଲିଅନ୍ତାରେ ଜିଆରପି କନେଷ୍ଟବଳ ସୌମ୍ୟ ସାହୁଙ୍କୁ ପିଟି ପିଟି ହତ୍ୟା କରି ଦେଇଥିଲେ । ଏହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । କିନ୍ତୁ ମାମଲା ସଙ୍ଗୀନ ଥିବାରୁ କ୍ରାଇମବ୍ରାଞ୍ଚ ଏହି କେସ୍ ହସ୍ତାନ୍ତର କରାଯାଇଥିଲା । ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଧୀରେ ଧୀରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଉନଥିଲା ପୋଲିସ । ଶେଷରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡ଼ା ଇନ୍ଦୁପୁରରେ ଲୁଚି ଥିବାର ଗୁଇନ୍ଦା ଖବର ପାଇଥିଲା ପୋଲିସ । ପରେ ପୋଲିସ ପୂର୍ବ ପ୍ଲାନ ମୁତାବକ କେନ୍ଦ୍ରାପଡ଼ା ଯାଇ ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଉଛି । ମୁଖ୍ୟ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି ।










