35.1 C
Bhubaneswar
Tuesday, May 26, 2026
Homeଓଡିଶାଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

ଅନୁଗୋଳ: ଆଠମଲ୍ଲିକରେ ହାତୀ ଆତଙ୍କ । ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା । ଅନୁଗୋଳ ଜିଲ୍ଲା ଆଠ ମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗ୍ରାମର ସଦାଶିବ ନାଏକ ନାମକ ଜଣେ ବ୍ୟକ୍ତି ସକାଳ ସମୟରେ ଘରୁ ବାହାର ବାହାରି ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ହାତୀ ହଠାତ ସେଠାକୁ ଆସି ସଦାଶିବଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସଦାଶିବ ଗୁରୁତର ଭାବରେ ଆହତ ହୋଇ ପଡିଥିଲେ । ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଗ୍ରାମବାସୀ ଦୌଡି ଆସିଥିଲେ । ଲୋକଙ୍କ ଗହଳି ଓ ଚିତ୍କାର ଶୁଣି ହାତୀଟି ସେଠାରୁ ଜଙ୍ଗଲ ଭିତରକୁ ପଳାଇଯାଇଥିଲା । ପରଏ ଗୁରୁତର ଅବସ୍ଥାରେ ସଦାଶିବଙ୍କୁ ଉଦ୍ଧାର କରି ଆଠମଲ୍ଲିକ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନଥିବାରୁ ଡାକ୍ତରମାନେ ପ୍ରାତମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଏହି ଘଟଣା ପରେ ସମଗ୍ର ନୂଆଗଡ ଗାଁରେ ଭୟର ପରିବେଶ ଖେଲିଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେଲା ଅଞ୍ଚଳରେ ହାତୀ ଚଳାଚଳ ବଢିଚାଲିଛି । ରାତି ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking