ନୂଆଦିଲ୍ଲୀ: ପାଟନାର ରାଜାରାମ ଅଞ୍ଚଳରେ ହଠାତ ଘରୁ ବାହାରିଲା ଧୂଆଁ । ନିଆଁ ଦେଖି ଲୋକେ ଭୟଭୀତ ହୋଇଗଲେ । ବନ୍ଦ ଘର ଭିତରେ ସ୍ବାମୀ ସ୍ତ୍ରୀ ରହିଥିଲେ ଆଉ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ନିଆଁ ଗୋଟିଏ ଘରୁ ଅନ୍ୟ ଏକ ଘରକୁ ବ୍ୟାପିବାରେ ଲାଗିଥିଲା । ଲୋକେ କିଛି ଚିନ୍ତା କରିବା ପୂର୍ବରୁ ପୁରା ଅଞ୍ଚଳରେ ନିଆଁ ବ୍ୟାପିଥିଲା । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ପ୍ରଥମେ ସମସ୍ତେ ଭାବିଥିଲେ କି, ଏହା ସାମାନ୍ୟ ଅଗ୍ନିକାଣ୍ଡ । କିନ୍ତୁ ପରେ ଜଣା ପଡ଼ିଥିଲା କି, ଜାଣିଶୁଣି ନିଆଁ ଲଗାଯାଇଥିଲା । ପୂର୍ବତନ ସ୍ତ୍ରୀ ଉପରେ ରାଗରେ ଏଭଳି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି ।
ସେପଟେ ଏହି ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ଘଟଣାକୁ ଅଧିକ ଚର୍ଚ୍ଚାକୁ ଟାଣିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ କହ୍ନାଇ କୁମାରକୁ ଅଟକ ରଖି ପଚରାଉଚରା କରୁଛି । କୁହାଯାଉଛି କି, କହ୍ନାଇଙ୍କ ସ୍ତ୍ରୀ ଗୋବିନ୍ଦଙ୍କୁ ବିବାହ କରିବା ପରେ ସେ ଏଭଳି କରିଛି । ଗୋବିନ୍ଦଙ୍କ ସହ କହ୍ନାଇଙ୍କ ସ୍ତ୍ରୀ ଦ୍ବିତୀୟ ବିବାହ କରିଛନ୍ତି । ଯାହାର ପ୍ରତିଶୋଧ ନେବାକୁ ଏଭଳି କାଣ୍ଡ ଭିଆଇଥିଲା । ପୁଲିସ ସିସିଟିଭି ଆଧାରରେ ଏହି ପ୍ରମାଣ ମଧ୍ୟ ପାଇ ସାରିଛି । ଚଳିତବର୍ଷ ଏପ୍ରିଲ ମାସରେ ତାଙ୍କ ସ୍ତ୍ରୀ ଗୋବିନ୍ଦଙ୍କୁ ବିବାହ କରିଥିବାବେଳେ ଏଥିରେ କ୍ରୋଧ ପ୍ରକାଶ କରି ଏଭଳି କାଣ୍ଡ ଭିଆଇଥିବା ପୁଲିସ ଆଗରେ ମାନିଛି କହ୍ନାଇ । ସେ ମଧ୍ୟ ଗୁରୁତର ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛି ।










