30.6 C
Bhubaneswar
Sunday, May 24, 2026
Homeଦେଶ ବିଦେଶଝଡ଼ତୋଫାନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଫସିଥିବା ଆଶଙ୍କା

ଝଡ଼ତୋଫାନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଫସିଥିବା ଆଶଙ୍କା

ଫିଲିପିନ : ଫିଲିପାଇନ୍ସ ରାଜଧାନୀ ମାନିଲାର ଉତ୍ତରରେ ସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ରହିଥିଲେ । ତେବେ ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ କାମ କରୁଚନ୍ତି । ତେବେ ଝଡ଼ବର୍ଷା ଯୋଗୁଁ ନିର୍ମାଣାଧୀନ କୋଠା ଭୁଶୁଡିପଡିବା ଜଣାପଡିଛି । ଖବର ମୁତାବକ, ଆଜି ସକାଳେ ଝଡ଼ ଯୋଗୁଁ ଏହି ନିର୍ମାଣାଧୀନ କୋଠାଟି ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ବିଷୟରେ ସୂଚନା ଦେଇ ପୋଲିସସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ କହିଛନ୍ତି ଯେ, ୨୨ ଜଣ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଛନ୍ତି । କିନ୍ତୁ ଅନେକ ଏବେ ବି ନିଖୋଜ ରହିଛନ୍ତି । ଭଗ୍ନାବଶେଷ ତଳେ ଚାପି ହୋଇଥିବା ଜଣାପଡିଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗର ୧୦୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ଏଯାଏଁ କେତେ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ । ଆଞ୍ଜେଲସ୍ ସିଟି ସୂଚନା କାର୍ଯ୍ୟାଳୟ ମୁଖ୍ୟ ଜୟ ପେଲାୟୋ କହିଛନ୍ତି, କୋଠା ଭୁଶୁଡ଼ି ପଡ଼ିବା ସମୟରେ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିଲେ ଜଣେ ଶ୍ରମିକ । ତାଙ୍କ କହିବା ଅନୁସାରେ ଅତି କମରେ ୩୦ ଜଣ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଉଦ୍ଧାର ପାଇଁ ସମସ୍ତ କାର୍ଯ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking