30.6 C
Bhubaneswar
Sunday, May 24, 2026
Homeଓଡିଶାତେଲଙ୍ଗାନାରେ ଗ୍ରୀଷ୍ମପ୍ରବାହ, ୧୬ ମୃତ

ତେଲଙ୍ଗାନାରେ ଗ୍ରୀଷ୍ମପ୍ରବାହ, ୧୬ ମୃତ

ହାଇଦରାବାଦ: ତେଲଙ୍ଗାନାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସାତଟି ଜିଲାରେ ଏ ପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇ ସାରିଲେଣି। ରାଜସ୍ବ ମନ୍ତ୍ରୀ ପି.ଶ୍ରୀନିବାସ ଶନିବାର ଏହାକୁ ସ୍ବୀକାର କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତଦନୁଯାୟୀ ଗ୍ରୀଷ୍ମପ୍ରବାହରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରେଡ୍‌ ଆଲର୍ଟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଂଶୁଘାତରୁ ମୁକ୍ତି ପାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ନିହାତି ଜରୁରୀ କାର୍ଯ୍ୟ ନଥିଲେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଲୋକେ ଅଂଶୁଘାତରେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି। ରାଜସ୍ବ ମନ୍ତ୍ରୀ ଇତିମଧ୍ୟରେ ସବୁ ଜିଲାପାଳଙ୍କ ସହ ଆଭାସି ମାଧ୍ୟମରେ ଅଂଶୁଘାତ ସ୍ଥିତିର ମୁକାବିଲା ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking