30.1 C
Bhubaneswar
Sunday, May 24, 2026
Homeଓଡିଶାଛୁଟିରେ ଅଫିସ୍ ଆସି ଆଇନ ଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଛୁଟିରେ ଅଫିସ୍ ଆସି ଆଇନ ଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଛୁଟିଦିନ ଥିଲେ ବି ସେ ଅଫିସ ଆସି ଆଇନ ଶୃଙ୍ଖଳା ବାବଦରେ ସମୀକ୍ଷା କରିଛନ୍ତି । କେବଳ ଆଇନ ଶୃଙ୍ଖଳା ନୁହେଁ ଶିଳ୍ପାୟନ ବାବଦରେ ବି ସମୀକ୍ଷା ହୋଇଛି । ଏହି ସମୀକ୍ଷା ବୈଠକରେ ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ଆଣିବା ସହ ପୁଲିସ ପ୍ରଶାସନ ଦକ୍ଷତାର ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳାସ୍ଥିତି ଶାନ୍ତିପୂର୍ଣ୍ଣ ରହିବା ଜରୁରୀ । ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଉପସ୍ଥିତ ଥିଲେ । ଏହାସହ ପୁଲିସ ଡିଜି, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମଧ୍ୟ ସାମିଲ ହୋଇଥିଲେ । ସୂଚନା ଥାଉ କି, କିଛିଦିନ ହେବ ରାଜ୍ୟର ପ୍ରତିଟି କୋଣରେ ଭିଡ଼ହିଂସା ଉଗ୍ରରୂପ ନେଇଛି । ବାଲିଅନ୍ତାରେ ଜିଆରପି କନେଷ୍ଟବଳଙ୍କୁ ହତ୍ୟା, ବାଲିଅନ୍ତାରେ ହତ୍ୟା, ବାଲେଶ୍ୱରରେ ହତ୍ୟା, ଗଞ୍ଜାମ ଗିରି ବଜାରରେ ଜଣେ ଯୁବତୀଙ୍କ ସାମ୍ନାରେ ପୁରୁଷବନ୍ଧୁଙ୍କୁ ହତ୍ୟା ଉଦ୍ୟମ ଭଳି ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟର ଆଇନଶୃଙ୍ଖଳା ଉପରେ ବି ପ୍ରଶ୍ନ ଉଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking