ଜଗତସିଂହପୁର: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ । ଜଗତସିଂହପୁରରୁ ଆସିଛି ଏହି ବଡ଼ ଖବର । ଜଗତସିଂହପୁର ସଦର ସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି । ମୃତ ଅନ୍ତେବାସୀ ହେଲେ ଅନୁରୋଧ ଲେଙ୍କା । ତାଙ୍କ ଘର କୋଲର ନାଗପୁର ଗାଁରେ । ଶାରୀରିକ ନିର୍ଯାତନା ସହିତ ନିଦ ଇଞ୍ଜେକ୍ସନ ଦେଇ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜଗତସିଂହପୁର ସଦର ଥାନାରେ ମୃତକଙ୍କ ପରିବାର ଲୋକେ ଏତଲା ଦେବା ପରେ ସ୍ୱଧାର ନିଶା ମୁକ୍ତି କେନ୍ଦ୍ରର ମାଲିକ ସବୁଜ ସାହୁଙ୍କୁ ପୁଲିସ ଅଟକ ରଖିଛି ।










