ଭୁବନେଶ୍ୱର: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାବେଳେ ଖରାତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୩ ଜିଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲାକୁ ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ସମ୍ବଲପୁରରେ ୪୪.୨ ଡିଗ୍ରୀ, ସୁନ୍ଦରଗଡ ୪୧.୮, ହୀରାକୁଦ ୪୩.୬, ବଲାଙ୍ଗୀର ଓ ଟିଟିଲାଗଡ ୪୪, ମାଲକାନଗିରି ୪୧.୬, ସୋନପୁର ୪୨.୧, ବୌଦ୍ଧ ୪୪.୫, ବରଗଡ ୪୧.୪ ଓ ନୂଆପଡାରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା।ଶନିବାର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ, ବରଗଡ, ଅନୁଗୋଳ, ସୋନପୁର, ବୌଦ୍ଧ ଓ ନୟାଗଡରେ ପ୍ରବଳ ତାତି ଅନୁଭୂତ ହେବ। ସେଥିପାଇଁ ଏସବୁ ଜିଲାକୁ ହିଟ ୱେଭ୍ ସତର୍କ ସୂଚନା ଜାରି କରାଯାଇଛି।










