34.1 C
Bhubaneswar
Friday, May 22, 2026
Homeଦେଶ ବିଦେଶଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମଲହରୀ

ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମଲହରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି। ପ୍ରତିଦିନ ଉତ୍ତରପ୍ରଦେଶରେ ରେକର୍ଡ ଭଙ୍ଗା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲ୍ଲାରେ ଏବେ ଅଗ୍ନି ବର୍ଷୁଛି। ଲଗାତାର ୪ ଦିନ ଧରି ବାନ୍ଦାରେ ତାପମାତ୍ରା  ୪୮ ଡିଗ୍ରି ଉପରେ ରହୁଛି। ଆଜି ମଧ୍ୟ ବାନ୍ଦା ତାପମାତ୍ରା ୪୮.୨ ଡିଗ୍ରି ସେଲସିୟସ ରହିଛି। ଅସହ୍ୟ ତାତିରେ ଲୋକ ଆଉଟୁପାଉଟୁ ହେଉଥିବାବେଳେ ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟ‌ରେ ଅତି ସାଂଘାତିକ ଗ୍ରୀଷ୍ମଲହରୀ ସ୍ଥିତି ନେଇ ରେଡ ଆଲର୍ଟ ଜାରି କରିଛି। ବାନ୍ଦାରେ ତାତି ବଢ଼ୁଥିବାରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ଅଂଶୁଘାତ ମାମଲା ମଧ୍ୟ ବଢ଼ିଛି। ଭାରତର ଏବେ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବାନ୍ଦାରେ ଏବେ ପୂର୍ବାହ୍ନ ୧୦ଟା ସୁଦ୍ଧା ସବୁ ଦୋକାନ ବଜାର ବନ୍ଦ ହୋଇଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking