ବାଲେଶ୍ୱର: ରବି ଋତୁରେ ଅମଳ ହୋଇଥିବା ଧାନ ସଂଗ୍ରହ ପାଇଁ ଭୋଗରାଇରେ ଖୋଲିଲା ଧାନ ମଣ୍ଡି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ସେବା ସମବାୟ ସମିତି ପକ୍ଷରୁ ରବି ଧାନ ସଂଗ୍ରହ ପାଇଁ ଧାନମଣ୍ଡି ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ଉକ୍ତ ସେବା ସମବାୟ ସମିତିର ସଭାପତି ତପନ କୁମାର ପଣ୍ଡା । ଚଳିତ ବର୍ଷ ଭୋଗରାଇ ବ୍ଲକରେ ଅଧିକ ମାତ୍ରାରେ ରବିଧାନ ଉତ୍ପାଦନ ହୋଇଛି ତେଣୁ ଚାଷୀମାନଙ୍କୁ ଶାନ୍ତି ଶୃଙ୍ଖଳା ସହ ଧାନ ଦେବା ପାଇଁ ସଭାପତି ତପନ କୁମାର ପଣ୍ଡା ନିବେଦନ କରିଛନ୍ତି । କହିବାକୁ ଗଲେ ଚଳିତ ବର୍ଷ ରବି ଋତୁରେ ବ୍ଲକରେ ୫ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଅମଳ ହୋଇଛି । ତେଣୁ ସମସ୍ତ ଚାଷୀମାନେ ଟୋକନ ଅନୁଯାୟୀ, କେମିତି ଧାନ ଦେଇ ପାରିବେ ଓ ଧାନ କିଣା କେମିତି ବିନା କଟନିଛଟନିରେ ହୋଇ ପାରିବ ସେ ନେଇ ସରକାରୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।










