31.1 C
Bhubaneswar
Saturday, May 23, 2026
Homeଓଡିଶାଢେଙ୍କାନାଳ ରାମେଇଖମାରରେ ଭୟାବହ ଅଗ୍ନିକାଣ୍ଡ

ଢେଙ୍କାନାଳ ରାମେଇଖମାରରେ ଭୟାବହ ଅଗ୍ନିକାଣ୍ଡ

ଢେଙ୍କାନାଳ: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଜଳିଗଲା ନଗଦ ୫୦ହଜାର ଟଙ୍କା ସହିତ ଅନ୍ୟ ଆସବାବପତ୍ର । ଢେଙ୍କାନାଳର ରାମେଇଖମାର ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ସୂଚନା ଅନୁଯାୟୀ, ରାମେଇଖମାର ଗାଁର ସାବିତ୍ରୀ ତିଉଙ୍କ ପରିବାର ଲୋକ ଗୁରୁବାର ରାତିରେ ଖାଇକି ଶୋଇବା ପରେ ଏଭଳି ଅଘଟଣ ଘଟିଛି । ଶୋଇଥିବାବେଳେ ପ୍ରବଳ ଗରମ ଅନୁଭୂତ ହେବାରୁ ପରିବାରବର୍ଗ ବାହାରକୁ ଚାଲି ଆସିଥିଲେ ।ବାହାରେ ଚାଳଘର ହୁତୁହୁତୁ ହୋଇ ଜଳୁଥିବା ଦେଖିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଗଁଦିଆ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସାବିତ୍ରୀଙ୍କୁ ତୁରନ୍ତ ସରକାରୀ ସ୍ତରରେ ବ୍ୟାପକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking