ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ରାଜ୍ୟରେ ହେବନି ଅଘୋଷିତ ବିଦ୍ୟୁତ କାଟ୍। ବିଦ୍ୟୁତ କାଟ୍ କଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଅଘୋଷିତ ବିଜୁଳି କାଟ୍ର ଖବର । ବାରମ୍ବାର ବିଦ୍ୟୁତ କାଟ୍ ପରେ ତାତିଛନ୍ତି ଲୋକେ । ଅଘୋଷିତ ବିଜୁଳି କାଟ୍ ପ୍ରତିବାଦରେ ଜଗତସିଂହପୁର ସହରରେ ନିଆରା ପ୍ରତିବାଦ କରିଛନ୍ତି ସମାଜସେବୀ କମ୍ରେଡ୍ ବାସୁଦେବ ଏବଂ ତାଙ୍କର ସହଯୋଗୀ । ଶାଢ଼ୀ ଚୁଡ଼ି ପିନ୍ଧି ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜଗତସିଂହପୁର ଉପଭୋକ୍ତା ।ଅସହ୍ୟ ଗରମ ଏବଂ ଗୁଳୁଗୁଳି ସମୟରେ ପ୍ରତ୍ୟକ ଦିନ ୪ରୁ ୫ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ୍ ହେଉଥିଲେ ସୁଦ୍ଧା ସାଧାରଣ ଲୋକେ ପ୍ରତିବାଦ କରୁ ନାହାନ୍ତି । ଯାହା ଫଳରେ ସାଧାରଣ ଲୋକେ କିପରି ସଚେତନ ହେବେ ଘରୁ ବାହାରି ପ୍ରତିବାଦ କରିବେ ଏବଂ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ୍ରୁ ନିବୃତ ରହିବ । ସେହି କାରଣରୁ ମହିଳା ବେଶରେ ଏହି ଆନ୍ଦୋଳନ ବୋଲି କହିଛନ୍ତି ବାସୁଦେବ ।










