33.1 C
Bhubaneswar
Tuesday, May 19, 2026
Homeଓଡିଶାରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌: ଫର୍ଚୁନର୍‌ କାର୍‌କୁ ଜବତ କଲା ପୋଲିସ୍‌

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌: ଫର୍ଚୁନର୍‌ କାର୍‌କୁ ଜବତ କଲା ପୋଲିସ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ଘଟିଛି, ଯାହା ସହରବାସୀଙ୍କ ମଧ୍ୟରେ ଚିନ୍ତା ଓ କ୍ଷୋଭ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ଏକ ଫର୍ଚୁନର୍‌ ଦ୍ରୁତଗତିରେ ଆସି ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିବାରୁ ତାଙ୍କ ମୃତ୍ୟୁ ଘଟିଛି।ଘଟଣା ଅନୁସାରେ, ପଟିଆ ଅଞ୍ଚଳରେ ରାତି ସମୟରେ ବାଇକ୍‌ ଚାଳକ ଯାଉଥିବା ବେଳେ ପଛରୁ ଆସୁଥିବା ଫର୍ଚୁନର୍‌ କାର୍‌ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ମଧ୍ୟ କାର୍‌ ରୋକିନଥିଲା, ବରଂ ଆହତ ଚାଳକଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ପରେ କାର୍‌ ଚାଳକ ଓ ମାଲିକ ଗାଡ଼ିକୁ ଛାଡ଼ି ପଳାଇ ଯାଇଥିବା ସୂଚନା ମିଳିଛି। ପରେ ପଟିଆରର ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ୍‌ ଫର୍ଚୁନର୍‌ କାର୍‌କୁ ଜବତ କରିଛି।ଚନ୍ଦ୍ରଶେଖରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଥିବା କାର୍‌ ମାଲିକ ଓ ଡ୍ରାଇଭରଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ସିସିଟିଭି ଫୁଟେଜ୍‌ ଓ ଗାଡ଼ିର ନମ୍ବର ଆଧାରରେ ପୋଲିସ୍‌ ତାଙ୍କ ସନ୍ଧାନ କରୁଛି।ଏହି ଘଟଣା ପୁନର୍ବାର ସହରରେ ବେପରୁଆ ଗାଡ଼ି ଚଳାଚଳ ଓ ସଡ଼କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକେ ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking