ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଂଜନ ହତ୍ୟା ମାମଲାରେ ସରିଛି ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା। ସିସିଟିଭି ଓ ଭିଡିଓ ଫୁଟେଜରୁ ମିଳିଛି ପ୍ରମାଣ। ଏବେ କ୍ରାଇମବ୍ରାଞ୍ଚ ଫୋକସରେ ଅଭିଯୁକ୍ତମାନଙ୍କ ଗିରଫଦାରୀ। କାହାକୁ ଛଡ଼ାଯିବନି କବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଜି। ତଦନ୍ତ ବିଳମ୍ବ ପଛର କାରଣ ମଧ୍ୟ କହିଛନ୍ତି ଡିଜି ବିନୟତୋଷ ମିଶ୍ର। କ୍ରାଇମବ୍ରାଞ୍ଚ ଯେଉଁ ମାମଲାର ତଦନ୍ତ କରେ, ତାର ତଦନ୍ତ ଉପରେ ଯେପରି ପ୍ରଶ୍ନ ନଉଠେ ସେ ଦିଗରେ ଧ୍ୟାନ ଦିଆଯାଉଛି। ପ୍ରତ୍ୟକ ମାମଲାରେ ସାଇଣ୍ଟିଫିକ୍ ଟୁଲ୍ ବ୍ୟବହାର କରୁଛୁ। ଲିଡ୍ ହିସାବରେ ସବୁ ପ୍ରକାର ଦିଗକୁ ନେଇ ତଦନ୍ତ ଚାଲିଛି। ସେଥିଲାଗି ତଦନ୍ତରେ ଟିକେ ବିଳମ୍ବ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏସପିଙ୍କ ନେତୃତ୍ବରେ ଡିଆଇଜିଙ୍କ ତତ୍ତ୍ବାବଧାନରେ ତଦନ୍ତ ଚାଲିଛି। ଆସାମୀ ଚିହ୍ନଟ କରି ଗିରଫ କରିବା ଏବେ ଫୋକସରେ ରହିଛି। ପ୍ରତ୍ୟେକ ପ୍ରମାଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ନେଇ ଆମ ଟିମ୍ ସକ୍ରିୟ ଅଛନ୍ତି। ସମସ୍ତଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ପୁଲିସ ବିରୋଧରେ ମଧ୍ୟ ଦଣ୍ଡବିଧାନ ପ୍ରକ୍ରିୟା ଚାଲିଛି। କମିସନରେଟ ପୁଲିସ ବିଭାଗୀୟ ତଦନ୍ତ ଚଳାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।










