37.1 C
Bhubaneswar
Monday, May 18, 2026
Homeଓଡିଶାରାଜ୍ୟରେ ତେଲ ସଂକଟ ନାହିଁ: ମୁଖ୍ୟ ସଚିବ

ରାଜ୍ୟରେ ତେଲ ସଂକଟ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ତେଲ ସଂକଟ ନାହିଁ କହିଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ତୈଳ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି । କହିଛନ୍ତି, ଅନାବଶ୍ୟକ ଭିଡ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି କେହି ବେଆଇନ ମହଜୁଦ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ । ଯଦି କେହି ବେଆଇନ ମହଜୁଦ କରୁଥିବେ ଜିଲ୍ଲାପାଳ ଆକ୍ସନ ନେବେ । ହେଲେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ଯଦି ରାଜ୍ୟରେ ମହଜୁଦ ଅଛି ତେଲ, ତେବେ ଉଚିତ ସମୟରେ ମିଳୁ ନାହିଁ କାହିଁକି, ପେଟ୍ରୋଲ ନଥିବା କାରଣରୁ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଛି । ୨ ଜଣ ରୋଗୀଙ୍କ ଜୀବନ ଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ଏ ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking