37.1 C
Bhubaneswar
Monday, May 18, 2026
Homeଓଡିଶାପୁଣି ପେଟ୍ରୋଲ ସରିଯିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ପୁଣି ପେଟ୍ରୋଲ ସରିଯିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ମାଲକାନଗିରି: ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ । ଆଖ ପାଖରୁ ମିଳିଲା ନାହିଁ ପେଟ୍ରୋଲ । ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଚାଲିଯାଇଛି ଆଉ ଜଣଙ୍କ ଜୀବନ । ବର୍ତ୍ତମାନ କାନ୍ଦ ବୋବାଳିରେ ଫାଟି ପଡୁଛି ମେଡିକାଲ ପରିସର । ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁରେ ଘଟିଛି । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା କୁସୁମ ପୁଟ ଗାଁର ବସନ୍ତ ଖିଲ ଆମ୍ବ ତୋଳିବା ପାଇଁ ଗଛ ଉପରେ ଚଢିଥିଲେ । ହେଲେ କୌଣସି କାରଣକୁ ନେଇ ସେ ତଳେ ପଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ବାଇକ ଯୋଗେ ଡାକ୍ତରଖାନା ଆଣୁଥିଲେ । ହେଲେ ଅଧାବାଟରେ ବାଇକରୁ ପେଟ୍ରୋଲ ସରିଯାଇଥିଲା । ନିକଟରେ ପେଟ୍ରୋଲ କିଣିବା ପାଇଁ ସମ୍ପର୍କୀୟ ଖୋଜାଖୋଜି କରିଥିଲେ ମଧ୍ୟ ପେଟ୍ରୋଲ ମିଳିନଥିଲା । କୌଣସି ଉପାୟ ନ ପାଇ ଆମ୍ବୁଲାନ୍ସକୁ ଫୋନ କରିଥିଲୋ ଫୋନ କଲ ପାଇବାର କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking