35.1 C
Bhubaneswar
Saturday, May 16, 2026
Homeଓଡିଶାବଢିଲା ବସ ଭଡା: ସାଧାରଣ, ଏକ୍ସପ୍ରେସ୍‌ ଭଡ଼ା ୨ ପଇସା ବଢ଼ିଲା

ବଢିଲା ବସ ଭଡା: ସାଧାରଣ, ଏକ୍ସପ୍ରେସ୍‌ ଭଡ଼ା ୨ ପଇସା ବଢ଼ିଲା

ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ଦରର ୨୪ ଘଣ୍ଟା ନପୁରୁଣୁ ଆଜି ରାଜ୍ୟରେ ବସ ଭଡ ବୃଦ୍ଧି ହୋଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୨ ପଇସା ବଢିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ ଭଡାରେ ୪ରୁ ୬ ପଇସା ବୃଦ୍ଧି ପାଇଛି । ଆଜି ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସାଧାରଣ ବସ ଭଡା ପ୍ରତି କିମି ପିଛା ୮୮ ପଇସା ଥିବା ବେଳେ ଏବେ ୯୦ ଏକ୍ସପ୍ରେସ ବସ ଭଡା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ ଭଡା ୧୨୭ ପଇସାରୁ ୧୩୧ ପଇସା, ଏସିଡିଏକ୍ସସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ୨୪୧ ପଇସାରୁ ୨୪୭ ପପଇସାକୁ ବୃଦ୍ଧି ପାଇଛି । ୨୦୨୧ ମସିହା ଓ ୨୦୧୫ ମସିହାରେ ବିଭାଗ ପକ୍ଷରୁ ଯେଉଁ ସର୍ତ୍ତାବଳୀ ଲାଗୁ ହୋଇଥିଲା ତାହା ଜାରି ରହିବ । ବସ ଭଡା ବଢାଇବା ଲାଗି ଘରୋଇ ବସ ମାଲିକ ସଂଘ ପରିବହନ ବିଭାଗ ନିକଟରେ ଦାବି କରିଆସୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking