ଭୁବନେଶ୍ୱର: ଲୋକସେବା ଭବନ ଆଗରେ ମହିଳାଙ୍କର ଆତ୍ମାହୁତି ଉଦ୍ୟମ । ୧ ନଂ ଗେଟ ବେଳେ ଆତ୍ମାହୁତି ଉଦ୍ୟମ ବେଳେ ମହିଳାଙ୍କୁ କାବୁ କରିଛନ୍ତି ଏସଏସବି ଯବାନ । ଉଦ୍ଧାର ପରେ କାନ୍ଦି କାନ୍ଦି ବାଣପୁର ପୋଲିସକୁ ଟାର୍ଗେଟ କରିଛନ୍ତି ମହିଳା ବାଣପୁର ପୋଲିସ ବିନା କାରଣରେ ଗିରଫ କରିଥିବା କହିଛନ୍ତି ମହିଳା । ମହିଳାଙ୍କୁ ମେଡିକାଲରେ ବର୍ତ୍ତମାନ ଭର୍ତ୍ତି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି କେଉଁ ଘଟଣା ପାଇଁ ମହିଳାଙ୍କୁ ଗିରଫ କରାଗଲା । କଣ ହୋଇଥାଇପାରେ କାରଣ । ଏସବୁର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।










