37.1 C
Bhubaneswar
Friday, May 15, 2026
Homeଓଡିଶାବାପା ମଦ ପିଉଥିବା ଦେଖି ଆତ୍ମହତ୍ୟା କଲା ପୁଅ

ବାପା ମଦ ପିଉଥିବା ଦେଖି ଆତ୍ମହତ୍ୟା କଲା ପୁଅ

ବାଲିପାଟଣା: ବାପା ମଦ ପିଉଥିବା ଦେଖି ଆତ୍ମହତ୍ୟା କରିଛନ୍ତି ପୁଅ । ଏଭଳି ଅଭାବନୀୟ ଘଟଣା ବାଲିପାଟଣା ଥାନା ତୁରିନ୍ତିରା ଅଞ୍ଚଳରେ ଘଟିଛି । ବାଲିପାଟଣା ଥାନା ବସ୍ତଡିହ ଗ୍ରାମର ରାଜ କିଶୋର ସାହୁଙ୍କର ମହାବୀର ଛକରେ ଏକ ଜଳଖିଆ ଦୋକାନ ରହିଛି । ରାଜ କିଶୋର ବାରମ୍ବାର ମଦ ପିଉଥିବାରୁ ତାଙ୍କ ପୁତ୍ର ଶିବ ପ୍ରସାଦ ସାହୁ ବାରଣ କରନ୍ତି । ଯେଉଁଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହେ । ଶୁକ୍ରବାର ବାପା ରାଜକିଶୋର ଦକାନ ନିକଟ ରାସ୍ତା କଡରେ ମଦ ପିଉଥିଲେ । ଏହାକୁ ପୁଅ ଦେଖି ମର୍ମାହତ ହୋଇଥିଲେ । ସେଠାରୁ ଦୋକାନ ଭିତରକୁ ଆସି ବେକରେ ରଶି ଲଗାଇ ଝୁଲି ପଡିଥିଲେ । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ତୁରନ୍ତ ଶିବଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଶିବ ଜଣେ ମେଧାବୀ ଛାତ୍ର ଥିଲେ । ସ୍ଥାନୀୟ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ୩ୟ ବର୍ଷର ଛାତ୍ର ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking