37.1 C
Bhubaneswar
Friday, May 15, 2026
Homeଓଡିଶାରାଜ୍ୟରେ ଆହୁରି ବଢିବ ତାତିର ପ୍ରକୋପ !

ରାଜ୍ୟରେ ଆହୁରି ବଢିବ ତାତିର ପ୍ରକୋପ !

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରକୃତିର ଦ୍ୱିବିଧ ରୂପ ଦେଖିବାକୁ ମିଳୁଛି । ଦିନରେ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟା ନଇଁଲେ କାଳବୈଶାଖୀର ତାଣ୍ଡବ ସବୁକିଛି ଛିନଛତ୍ର କରିଦେଉଛି । ରାଜ୍ୟରେ ଆଗକୁ ତାତି ବଢିପାରେ ୨ ଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ଶୁକ୍ରବାର ଉତ୍ତର ଓଡିଶାର ବହୁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ,ଢେଙ୍କାନାଳରେ ଝଡ ବର୍ଷା ଆଶଙ୍କା ରହିଛି । ୧୬ ତାରିଖ ରେ ଉତ୍ତର ଓ ଦକ୍ଷିଣ ଓଡିଶାର ବିକ୍ଷିପ୍ତ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ୧୯ ତାରିଖ ଯାଏ ଉତ୍ତର ଓଡିଶାର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ଦକ୍ଷିଣ ବଙ୍ଗୋପସାଗର , ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକବର ଦୀପକୁ ମୌସୁମୀ ଅଗ୍ରସର ହୋଇପାରେ ଦକ୍ଷିଣ ବଙ୍ଗୋପସାଗର , ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦୀପକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ବଲାଙ୍ଗୀରରେ ୪୦.୩, ସମ୍ବଲପୁରରେ ୪୦.୨ , ଝାରସୁଗୁଡାରେ ୩୯. ୬, ନୂଆପଡା ଓ ଭବାନୀପାଟଣାରେ ୩୯. ୫ ଡିଗ୍ରୀ ରେକର୍ଡ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking