34.1 C
Bhubaneswar
Friday, May 15, 2026
Homeଦେଶ ବିଦେଶସେନ୍‌ସେକ୍ସରେ ୭୯୦ ପଏଣ୍ଟ୍‌ ବୃଦ୍ଧି

ସେନ୍‌ସେକ୍ସରେ ୭୯୦ ପଏଣ୍ଟ୍‌ ବୃଦ୍ଧି

ନୂଆଦିଲ୍ଲୀ: କିଛି ଦିନର ଅସ୍ଥିରତା ପରେ ସେୟାର ବଜାର  କାରବାର ସୁଧାର ପଥକୁ ଫେରିଛି। ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ  ୭୯୦ ପଏଣ୍ଟ୍‌ ବୃଦ୍ଧି ପାଇ ୭୫,୩୯୮ ପଏଣ୍ଟ୍‌ରେ ବନ୍ଦ ହୋଇଛି । ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୭୭ ପଏଣ୍ଟ୍‌ ବୃଦ୍ଧି ପାଇ ୨୩,୬୮୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନିବେଶକମାନେ ଆଜି ଧାତବ, ବ୍ୟାଙ୍କ, ସ୍ବାସ୍ଥ୍ୟ ସେବା ଓ ଫାର୍ମା କମ୍ପାନିଗୁଡ଼ିକର ସେୟାର କିଣିଥିଲେ ଓ ସୂଚନା ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସେୟାର ବିକ୍ରି କରିଥିଲେ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ଭୂରାଜନୈତିକ ସଙ୍କଟ ଶୀଘ୍ର ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି।ସେଥିପାଇଁ ନିବେଶକମାନେ ଉତ୍ସାହିତ ହୋଇ ସେୟାରରେ ନିବେଶ କରିଛନ୍ତି। ଗତକାଲି ସେନ୍‌ସେକ୍ସ ୫୦ ପଏଣ୍ଟ୍‌ ବଢ଼ି ୭୪,୬୦୯ ପଏଣ୍ଟ୍‌ ଓ ନିଫ୍ଟି ୩୩ ପଏଣ୍ଟ୍‌ ବଢ଼ି ୨୩,୪୧୩ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। କିନ୍ତୁ ତାର ପୂର୍ବ ଚାରି ଦିନରେ ସେନ୍‌ସେକ୍ସରେ ୩୦୦୦ରୁ ଅଧିକ ପଏଣ୍ଟ୍‌ ହ୍ରାସ ଘଟିଥିଲା, ଯାହାର ପ୍ରଭାବରେ ନିବେଶକମାନେ ୧୭ ଲକ୍ଷ କୋଟି ଟଙ୍କା ହରାଇଥିଲେ। ଆଜି ସେନ୍‌ସେକ୍ସରେ ହୋଇଥିବା ସୁଧାର ପ୍ରଭାବରେ ସେହି କ୍ଷତି କିଛି ମାତ୍ରାରେ ଭରଣା ହୋଇଥିବା ଆଶା କରାଯାଉଛି।ଆଜି ନିଫ୍‌ଟିର ଅଂଶ ଥିବା ଏସିଆନ ପେଣ୍ଟ୍‌ସ, ଆଦାନୀ ଏଣ୍ଟରପ୍ରାଇଜେସ୍‌ ଓ ଟାଟା ଷ୍ଟିଲ୍‌ର ସେୟାର ମୂଲ୍ୟ ବଢ଼ିଥିଲା ଓ ଆଇଶର ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ କମିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking