34.1 C
Bhubaneswar
Friday, May 15, 2026
Homeଦେଶ ବିଦେଶଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ଲୁଫ୍ତହଂସା ବିମାନକୁ ଇମେଲରେ ବୋମା ଧମକ

ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ଲୁଫ୍ତହଂସା ବିମାନକୁ ଇମେଲରେ ବୋମା ଧମକ

ନୂଆଦିଲ୍ଲୀ: ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଲୁଫ୍ତହଂସା ଏୟାରଲାଇନ୍ସର ଏକ ବିମାନରେ ବୋମା ଥିବା ନେଇ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି। କଡ଼ା ସୁରକ୍ଷା ଭିତରେ ବିମାନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦର ସୂତ୍ରରୁ ‘ଇଣ୍ଡିଆ ଟୁଡେ’ ପ୍ରକାଶ କରିଛି ଯେ, ଏୟାରଲାଇନ୍ସର କଷ୍ଟମର୍‌ ସପୋର୍ଟକୁ ମିଳିଥିବା ଇ-ମେଲ୍‌ରେ ବିମାନ ଏଲ୍‌ଏଚ୍‌-୭୫୪ରେ ବୋମା ଥିବା ଦାବି କରାଯାଇଥିଲା।ବିମାନଟି ସମଶାବାଦରେ ପହଞ୍ଚିବା ପୂର୍ବରୁ ଏଥିରେ ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଥିଲା। ସୁରକ୍ଷା ଏଜେନ୍ସି ତୁରନ୍ତ ଆଲର୍ଟରେ ଥିବାବେଳେ ଜରୁରୀକାଳୀନ ପ୍ରୋଟୋକଲ ଆରମ୍ଭ କରାଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନର ସୁରକ୍ଷା ଯାଞ୍ଚ ପାଇଁ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଓ ବିମାନବନ୍ଦର ସୁରକ୍ଷା କର୍ମଚାରୀ ବିମାନର ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ବିମାନର ଯାଞ୍ଚ ଚାଲିଥିବାବେଳେ ଏପର୍ଯ୍ୟନ୍ତ ବୋମା ଥିବା ଖବର ସ୍ପଷ୍ଟ ହୋଇପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking