ଭୁବନେଶ୍ୱର: ତେଲ ସଙ୍କଟ ଆଦୌ ନାହିଁ କହିଲେ ଯୋଗାଣ ବିଭାଗ ପ୍ରମୁଖ ସଚିବ । ରାଜ୍ୟରେ ୨୮୦୦ ତେଲ ଟାଙ୍କିରୁ ୨୦ରୁ ୨୨ଟିରେ ଡ୍ରାଏ ଆଉଟ ସ୍ଥିତି ରହିଛି । ଡ୍ରାଏ ଆଉଟ ସ୍ଥିତି ମ୍ୟାନେଣ୍ଟର ଅଭାବ ଯୋଗୁଁ ଦେଖାଦେଇଛି । ଯେଉଁ ଟାଙ୍କିରେ ତେଲ ମିଳୁନି ସେଠି ପରିଚାଳନାଗତ ସମସ୍ୟା କାରଣ ଅଟେ । ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇନି । ସ୍ୱାଭାବିକ ସ୍ଥିତିରେ ବି ୨୦ରେ ୨୨ ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଯାଏ । ଏଭଳି ଡ୍ରାଏ ଆଉଟ ସ୍ଥିର ମନିଟରିଂ ଚାଲିଛି , ବ୍ୟବସ୍ଥା କରିବୁ । ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ କହିଛନ୍ତି, ଯୋଗାଣ ବିଭାଗ ପ୍ରମୁଖ ସଚିବ । ଘରୋଇ ବସ ମାଲିକ ସଂଘର ଆସଙ୍କା ଭିତ୍ତିହୀନ, ବସ ଚାଲିବାରେ ଅସୁବିଧା ନାହିଁ ।










