32.1 C
Bhubaneswar
Wednesday, May 13, 2026
Homeଓଡିଶାରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ

ରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ

କେନ୍ଦ୍ରାପଡା: କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଅଭିଯୋଗ ଅନୁଯାୟୀ ଅନନ୍ତ ଜେନା ନାମକ ଜଣେ ଯୁବକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ତାଙ୍କ ପାଖରେ ଜଣେ କୁକୁର କାମୁଡା ରୋଗୀ ବସିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଏକ କୁକୁର କାମୁଡା ଇଞ୍ଜେକସନ ଆଣି ସମ୍ପୃକ୍ତ ରୋଗୀଙ୍କୁ ଦେବା ପରିବର୍ତ୍ତେ ଅନନ୍ତଙ୍କ ଦେହରେ ଫୋଡ଼ି ଦେଇଥିଲେ ।ଏଥିରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ । ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଭୁଲବଶତଃ ଏପରି ହୋଇଯାଇଛି ବୋଲି ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଛନ୍ତି । ଅନ୍ୟପକ୍ଷରେ କୌଣସି ଅଘଟଣ ଆଶଙ୍କାରେ ଭୟଭିତ ହୋଇ ପଡ଼ିଛନ୍ତି ଅନନ୍ତଙ୍କ ପରିବାର ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking