32.1 C
Bhubaneswar
Wednesday, May 13, 2026
Homeଦେଶ ବିଦେଶମୋଦୀଙ୍କୁ ନରୱେ ରାଜନେତାଙ୍କ ପ୍ରଶଂସା

ମୋଦୀଙ୍କୁ ନରୱେ ରାଜନେତାଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୧୮ ଓ ୧୯ ତାରିଖରେ ନରୱେ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। ଏହାପୂର୍ବରୁ ନରୱେ ରାଜନେତାଙ୍କ ପ୍ରଶଂସା ଆସିବାର ଲାଗିଲାଣି। ନରୱେର ପୂର୍ବତନ ମନ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ୟ୍ୟକ୍ରମ (ୟୁଏନଇପି) ର ପୂର୍ବତନ ମୁଖ୍ୟ ଏରିକ୍ ସୋଲହେମ୍ ମୋଦୀଙ୍କୁ ତାଙ୍କ ନେତୃତ୍ୱ ଓ ପରିବେଶ ସମ୍ପର୍କିତ ଦୃଷ୍ଟିକୋଣକୁ ନେଇ ଦୃଢ଼ ପ୍ରଶଂସା କରିଛନ୍ତି। ସୋଲହେମ୍‌ ମୋଦୀଙ୍କୁ ବିଶ୍ବର ସବୁଠୁ ଲୋକପ୍ରିୟ ନେତା କହିବା ସହିତ ପାଶ୍ଚାତ୍ୟ ଦେଶର ନେତାମାନେ ତାଙ୍କ ନିରନ୍ତର ସବୁଜ ବାର୍ତ୍ତାରୁ ବହୁତ କିଛି ଶିଖିବାର ଅଛି ବୋଲି କହିଛନ୍ତି।

ନରୱେର ଖବରକାଗଜ ‘ଡାଗେନ୍ସ ନାଏରିଙ୍ଗସ୍ଲିଭ୍‌’ରେ ପ୍ରକାଶିତ ଏକ ଲେଖାରେ ସୋଲହେମ ମୋଦୀଙ୍କ ଲୋକପ୍ରିୟତା, ଅର୍ଥନୈତିକ ସଂସ୍କାର ଓ ସବୁଜ ଅଭିବୃଦ୍ଧି ପାଇଁ ପ୍ରୟାସ ଉପରେ ଆଲୋକପାତ କରିଥିଲେ ଓ ତାଙ୍କୁ ବୈଶ୍ବିକ ସ୍ତରରେ ଭାରତର ଉତ୍ଥାନକୁ ଆଗେଇ ନେଉଥିବା ଜଣେ ପରିବର୍ତ୍ତନକାରୀ ନେତା ଭାବରେ ବର୍ଣ୍ଣନା କରିଥିଲେ। ମୋଦୀଙ୍କର ଭାରତରେ ଯେତିକି ଲୋକପ୍ରିୟତା ରହିଛି, ଅନ୍ୟ କୌଣସି ବଡ଼ ଦେଶର ବଡ଼ ନେତାଙ୍କର ସେତିକି ଲୋକପ୍ରିୟତା ନାହିଁ ବୋଲି ସୋଲହେମ୍‌ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking