35.6 C
Bhubaneswar
Wednesday, May 13, 2026
Homeଦେଶ ବିଦେଶଧାନର ଏମଏସପି ୭୨ ଟଙ୍କାକୁ ବୃଦ୍ଧି

ଧାନର ଏମଏସପି ୭୨ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଂଚିଛି । ସେହିଭଳି ଗ୍ରେଡ୍ ଏ ଧାନ କୁଇଣ୍ଟାଲ ପ୍ରତି ୨୪୬୧ ଟଙ୍କା ହୋଇଛି । ଏହାସହ କେନ୍ଦ୍ର କ୍ୟାବିନେଟରେ ୪ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏଥିରେ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଏମଏସପି ବୃଦ୍ଧି ପରେ ଏଥିରେ ଖର୍ଚ୍ଚ ହେବାକୁ ଥିବା ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ଏପଟେ କଥା ଉଠୁଛି କି, ଚଳିତ ଥର ରାଜ୍ୟ ସରକାର କୁଇଣ୍ଟାଲ ଉପରେ ୭୨ ଟଙ୍କା ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଦେଉଥିବା ଇନପୁଟ୍ ସବସିଡି ୮୦୦ ଟଙ୍କା ରହିବ ନା ସରକାର ୮ ଶହ ଟଙ୍କାରୁ ୭୨ ଟଙ୍କା କାଟି ଚାଷୀଙ୍କୁ ପ୍ରଦାନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking