ଭୁବନେଶ୍ୱର: ନିଟ- ୟୁଜି ବାତିଲକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମାଲେଚନା । କହିଛନ୍ତି, ଏହା ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ନେଇ ପିଲାମାନଙ୍କ ବିଶ୍ୱାସକୁ କମ କରୁଛି । କେବଳ ଅବହେଳା ନୁହେଁ, ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା । ନିଟ ପ୍ରଶ୍ନପତ୍ର ଲିକ ପ୍ରଥମ ଥର ନୁହେଁ , ପୂର୍ବରୁ ବି ହୋଇଛି । ଏହି ଲିକ ପରିଶ୍ରମୀ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ବିପଦରେ ପକାଉଛି । ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଉତ୍ତର ଦାୟିତ୍ୱ ସ୍ଥିର କରାଯାଉ । ସୂଚନା ଥାଉ କି ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ପକ୍ଷରୁ ମେ’୩ ତାରିଖରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ଏହି ନିଷ୍ପତ୍ତି ପେପର ଲିକ୍ ଏବଂ ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମଧ୍ୟରେ ନିଆଯାଇଛି । ପରୀକ୍ଷା ଏବେ ପୁଣି ଥରେ ହେବ। ଖୁବ୍ ଶୀଘ୍ର ଏନେଇ ନୂତନ ତାରିଖ ଘୋଷଣା କରାଯିବ ।










