32.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶତ୍ରୁଟି ଶୂନ୍ୟ ନିଟ ପରୀକ୍ଷା କରିବୁ: ଏନଟିଏ ଡିଜି

ତ୍ରୁଟି ଶୂନ୍ୟ ନିଟ ପରୀକ୍ଷା କରିବୁ: ଏନଟିଏ ଡିଜି

ନୂଆଦିଲ୍ଲୀ: ନିଟ- ୟୁଜି ପରୀକ୍ଷା ବାତିଲ ପରେ ଏନଟିଏ ଡିଜିଙ୍କ ସ୍ପଷ୍ଟୀକରଣ । ଆସିଥିବା ଅଭିଯୋଗରେ ସତ୍ୟତା ଜଣାପଡିବା ପରେ ବାତିଲ କରାଯାଇଛି । ଆମେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ କ୍ଷୋଭକୁ ଅନୁଭବ କରିପାରୁଛୁ । ସ୍ୱଚ୍ଛତା ନେଇ ପ୍ରତିଶ୍ରୁତି ରଖୁଛୁ, ନିଆଯାଇଥିବା ଫି ପରୀକ୍ଷାର୍ଥୀଙ୍କୁ ଫେରିବ । ୧୨୦ ପ୍ରଶ୍ନ କାହିଁକି, ଗୋଟିଏ ବି ମ୍ୟାଚ କଲେ ପରୀକ୍ଷାର୍ଥୀ ପ୍ରଭାବିତ ହେବେ । ଯେପରି ୨୨ ଲକ୍ଷ ପରୀକ୍ଷାର୍ଥୀ ପ୍ରବାବିତ ନ ହେବେ ତାହାକୁ ଗୁରୁତ୍ୱ ଦେଉଛୁ । ୨୦୨୪ରେ ସୁପ୍ରିମକୋର୍ଟଙ୍କୁ ଦେଇଥିବା ସତ୍ୟପାଠ ପ୍ରସଙ୍ଗରେ ମତ ରଖିଛନ୍ତି । ସେ ଯାହା ବି ହେଉ ଗୋଟିଏ ସେଣ୍ଟରରେ ତ୍ରୁଟି ବି ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ସିବିଆଇକୁ ତଦନ୍ତ କରିବା ପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କେତେ ସେଣ୍ଟରକୁ ପ୍ରଶ୍ନପତ୍ର ଲିକ ବ୍ୟାପିଥିଲା ସିବିଆଇ ତଦନ୍ତରେ ସ୍ପଷ୍ଟ ହେବ । ଶୂନ୍ୟ ତ୍ରୁଟି ଲକ୍ଷ୍ୟରେ ସାନି ପରୀକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ପରୀକ୍ଷାରେ ବିଳମ୍ବ କରାଯିବନି, ଏକାଡେମିକ ବର୍ଷ ବାଧାପ୍ରାପ୍ତ ହେବନି । ୭ରୁ ୧୦ ଦିନ ଭିତରେ ସାନି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ । କାହାକୁ ଛଡାଯିବ ନାହିଁ, ଯେଉଁମାନେ ସମ୍ପୃକ୍ତ ସମସ୍ତେ ଜେଲ ଯିବେ । ଯେପରି ଏହାର ପୁନରାବୃତ୍ତି ନ ଘଟିବ ତାହାକୁ ଗୁରୁତ୍ୱ ଦେଉଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking