ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଧୀନ ବଡ କନ୍ତ କୂଳ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କ ନାମ ମୋଚିଆ ନାୟକ । ଏହି ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ସୂଚନା ଅନୁସାରେ ଆଜି ଭରୁ ବଡକାନ୍ତ କୂଳ ଗାଁ ନିକଟରେ ହାତୀ ଥିବା ଖବର ପାଇ ବନ ବିଭାଗ ର ଟିମ ସଚେତନ ହୋଇଥିଲା । ଓ ହାତୀକୁ ଘଉଡାଇଥିଲା । ଏହି ସମୟରେ ଗାଁ ରେ ଅସ୍ତବ୍ୟସ୍ତତା ଦେଖାଦେଇଥିଲା । ଏହି ମଧ୍ୟରେ ମୋଚିଆ ନାୟକ ପାଖରେ ଥିବା ରାସ୍ତା ଦେଇ ଶୌଚ ପାଇଁ ଯାଉଥିବା ବେଳେ ହାତୀ ସ ହ ସାମ୍ନାସାମ୍ନି ହୋଇଥିଲେ । ହଠାତ ହାତୀ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଡାକ୍ତରମାନେ ତାଙ୍କୁ କଟକର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ହାତୀ ଆତଙ୍କ ଆହୁରି ବଢିଯାଇଛି । ବନ ବିଭାଗ ପକ୍ଷରୁ ଲକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଥିବା ସହ ହାତୀକୁ ଜଙ୍ଗଲକୁ ଫେରାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।










