32.1 C
Bhubaneswar
Monday, May 11, 2026
Homeଦେଶ ବିଦେଶଚନ୍ଦ୍ରନାଥ ରଥଙ୍କୁ ହତ୍ୟା: ୟୁପିରୁ ୩ ଗିରଫ

ଚନ୍ଦ୍ରନାଥ ରଥଙ୍କୁ ହତ୍ୟା: ୟୁପିରୁ ୩ ଗିରଫ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଉତ୍ତର ପ୍ରଦେଶରୁ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ଦିନ ପୁଲିସ ସୂଚନା ପ୍ରଦାନ କରିଛି । ୬ ମେ’ ରାତିରେ ଉତ୍ତର ୨୪ ପରଗଣା ଜିଲ୍ଲାର ମଧ୍ୟମଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ(ଏସ୍‌ଆଇଟି) ଦ୍ୱାରା ଏହି ଗିରଫଦାରୀ କରାଯାଇଛି।ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତକାରୀମାନେ ଡିଜିଟାଲ୍ ପ୍ରମାଣ ଏବଂ ଆନ୍ତଃରାଜ୍ୟ ଲିଙ୍କ୍ ଟ୍ରାକ୍ କରିଥିଲେ । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ବିହାରର ବକ୍ସର ଜିଲ୍ଲାର ପାଣ୍ଡିଆପଟ୍ଟିର ବାସିନ୍ଦା ବିଶାଲ ଶ୍ରୀବାସ୍ତବ। ଏହା ସହିତ ଉତ୍ତର ପ୍ରଦେଶର ଅନ୍ୟ ଦୁଇଜଣ ବୋଲି ଚିହ୍ନଟ କରାଯାଇଛି ।

ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସାର୍ପସୁଟର। ତଦନ୍ତରୁ ଜଣାପଡ଼ିଛି, ଆକ୍ରମଣକାରୀମାନେ ପଶ୍ଚିମବଙ୍ଗ ବାହାରର ଥିଲେ। ବୈଷୟିକ ନିରୀକ୍ଷଣ, ଡିଜିଟାଲ୍ ଟ୍ରାକିଂ ଏବଂ ଅନ୍ୟାନ୍ୟ ସୂଚନା ଆଧାରରେ ଏସ୍‌ଆଇଟିର ସଦସ୍ୟମାନଙ୍କୁ ଉତ୍ତର ପ୍ରଦେଶ ଏବଂ ବିହାର ପଠାଯାଇଥିଲା। ହତ୍ୟା ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ଆଠ ଜଣ ଲୋକ ସାମିଲ ଥିଲେ।ତଦନ୍ତକାରୀମାନଙ୍କ ଅନୁସାରେ ଆକ୍ରମଣକାରୀମାନେ ଚନ୍ଦ୍ରନାଥଙ୍କୁ ଟାର୍ଗେଟ କରିବା ପୂର୍ବରୁ ଗୁପ୍ତଚରୀ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାରେ ବୁଧବାର ରାତିରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ନିକଟରୁ ଗୁଳି କରି ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking