ଭୁବନେଶ୍ୱର: ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯୋଦୟ ହୋଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ବିକାଶ ଓ ବିରାସତର ମନ୍ତ୍ର ଦେଇଛନ୍ତି । ସୋମନାଥ ମନ୍ଦିରରୁ ଆମକୁ ଦୁଇଟି ଶିକ୍ଷା ମିଳିଛି । ଧୈର୍ଯ୍ୟ ଓ ଆତ୍ମସମ୍ମାନ । ବାରମ୍ବାର ଆକ୍ରମଣ କରିବା ସତ୍ତ୍ୱେ ସୋମନାଥ ମନ୍ଦିର ସଗର୍ବେ ଛିଡା ହୋଇଛନ୍ତି । ସେହିପରି ଅସ୍ମିତାକୁ ନେଇ ଆମକୁ ବି ଆଗକୁ ବଢିବାକୁ ହେବ । ରାଜ୍ୟର ପ୍ରତ୍ୟେକ ମନ୍ଦିର ଓ ଐତିହ୍ୟର ପୁରୁଦ୍ଧାର ଓ ବିକାଶ କରିବା । ଓଡିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଉଦ୍ୟମ କରିବା ।










