25.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶଶପଥ ନେବା ପରେ ୩ ବଡ ନିଷ୍ପତ୍ତି ନେଲେ ବିଜୟ

ଶପଥ ନେବା ପରେ ୩ ବଡ ନିଷ୍ପତ୍ତି ନେଲେ ବିଜୟ

ନୂଆଦିଲ୍ଲୀ: ସି ଯୋଶେଫ ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ପଦକ୍ଷେପ ଭାବେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ଓ ଅନେକଗୁଡ଼ିଏ ଫାଇଲରେ ସ୍ୱାକ୍ଷର କରିଛନ୍ତି। ବିଜୟ ତାଙ୍କର ପ୍ରତିଶ୍ରୁତି ପୂରଣ ପାଇଁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ସମ୍ପର୍କିତ ଫାଇଲ ଓ ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବାହିନୀ ଗଠନ ସମ୍ପର୍କିତ ଫାଇଲରେ ସ୍ବାକ୍ଷର କରିଛନ୍ତି। ଏହାସହିତ ରାଜ୍ୟବ୍ୟାପୀ ନିଶା କାରବାର ବିରୋଧୀ ୟୁନିଟ୍ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୟ କହିଛନ୍ତି, ସେ କୌଣସି ରାଜ ପରିବାରରୁ ଆସିନାହାନ୍ତି। ଏହାସତ୍ତ୍ବେ ତାଙ୍କୁ ଜନସାଧାରଣ ସ୍ବୀକାର କରିଛନ୍ତି। ଜବାହାରଲାଲ ନେହରୁ ଷ୍ଟାଡିୟମରେ ଶପଥ ଗ୍ରହଣ ପରେ ବିଜୟ ତାମିଲନାଡ଼ୁର ଲୋକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ବାସ୍ତବିକ ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧ ଶାସନର ନୂଆ ଯୁଗର ଶୁଭାରମ୍ଭ ହୋଇଛି। ବିଜୟ କହିଛନ୍ତି, ତାଙ୍କ ବ୍ୟତୀତ ତାଙ୍କ ଶାସନରେ ଅନ୍ୟ କେହି କ୍ଷମତା କେନ୍ଦ୍ର ରହିବେ ନାହିଁ, ସେ ହିଁ ଶାସନ ବ୍ୟବସ୍ଥାର ଏକମାତ୍ର କେନ୍ଦ୍ର ହେବେ। ବିଜୟ ସରକାର ଗଠନରେ ତାଙ୍କ ଦଳକୁ ସମର୍ଥନ ଦେବା ନେଇ କଂଗ୍ରେସ ପାର୍ଟି, ବିଦୁଥଲାଇ ଚିରୁଥିଗଲ କାଚି (ଭିସିକେ), ଇଣ୍ଡିଆନ୍‌ ୟୁନିଅନ ମୁସଲିମ୍‌ ଲିଗ (ଆଇୟୁଏମ୍‌ଏଲ୍‌) ଓ ବାମ ଦଳମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking