32.1 C
Bhubaneswar
Sunday, May 10, 2026
Homeଓଡିଶାଗୁଳି ଫୁଟାଇ ଅପହରଣ ଘଟଣାରେ ଯୁବକ ମୃତ

ଗୁଳି ଫୁଟାଇ ଅପହରଣ ଘଟଣାରେ ଯୁବକ ମୃତ

ରାୟଗଡା: ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳି ଫୁଟାଇ ରାୟଗଡା ସହର ସ୍ଥିତ ରେଲି ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ କରି ହତ୍ୟା କରିଥିବା ଜଣାପଡିଛି ।ନିଖିଲର ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ନିକଟରେ ଠାବ ହୋଇଛି । ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାରେ ଆଜି ସକାଳୁ ସକାଳୁ ପୁଲିସର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଘଟଣାସ୍ଥଳରୁ ପୁଲିସକୁ ଏକ ବ୍ୟବହୃତ ଖୋକା ମିଳିଛି ।ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ସୂଚନାଯୋଗ୍ୟ ଯେ ଗତକାଲି ପାଖାପାଖି ରାତି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲକୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଫାୟାରିଂ ହୋଇଥିଲା । ଏପରିକି ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପଶିଯିବା ସମୟରେ ଦୁର୍ବୁତ୍ତମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ । ନିଖିଲକୁ ହତ୍ୟା ପରେ ତୁମ୍ବିଗୁଡା ନିକଟରେ ଫିଙ୍ଗି ଚାଲିଯାଇଥିଲେ ।ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛା‌ୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking