ନୂଆଦିଲ୍ଲୀ : ହର୍ମୁଜ୍ ପ୍ରଣାଳୀରେ ଏକ ନୂଆ ସଂଘର୍ଷ ପରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଯଦି ଆମେରିକା ପାରସ୍ୟ ଉପସାଗରରେ ପୁନଃ ପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ଧ୍ୱଂସ କରିବାକୁ ଇରାନ ଧମକ ଦେଇଛି। ଇରାନର ଏହି ଧମକ ଅଞ୍ଚଳରେ ନୂତନ ସଂଘର୍ଷର ସମ୍ଭାବନା ସୃଷ୍ଟି କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ ବିରୋଧରେ ପ୍ରୋଜେକ୍ଟ ଫ୍ରିଡମ୍ ପୁଣି ଆରମ୍ଭ କରିବାକୁ ଧମକ ଦେଇଛନ୍ତି। ଇରାନର କହିଛି ଯେ, ଇରାନୀ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ ଅସ୍ତ୍ରବିରତିର ଉଲ୍ଲଂଘନ ଏବଂ ଆତଙ୍କବାଦ । ଆମେରିକାର ପାରସ୍ୟ ଉପସାଗରରେ ପୁଣି ଥରେ ପ୍ରବେଶ କରିବାକୁ ପ୍ରୟାସ କଲେ ନିର୍ଣ୍ଣାୟକ ଜବାବ ପାଇବ।ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଥରେ ନାଲି ଆଖି ଦେଖାଇଛନ୍ତି। ସେ ଇରାନକୁ ଶୀଘ୍ର ଚୁକ୍ତି ସ୍ୱାକ୍ଷର କରିବାକୁ କହିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ, ଯଦି ଚୁକ୍ତି ସ୍ୱାକ୍ଷରିତ ନହୁଏ, ତେବେ ଆମେ ବିକଳ୍ପ ପଥ ଗ୍ରହଣ କରିବୁ। ଆମେ ପ୍ରୋଜେକ୍ଟ ଫ୍ରିଡମ୍କୁ ଫେରିଯାଇପାରୁ। କିନ୍ତୁ ଏହା ପ୍ରୋଜେକ୍ଟ ଫ୍ରିଡମ୍ ପ୍ଲସ୍ ହେବ, ଯାହାର ଅର୍ଥ ହେଉଛି ପ୍ରୋଜେକ୍ଟ ଫ୍ରିଡମ୍ ସହିତ ଅନ୍ୟ କିଛି ପଦକ୍ଷେପ ମଧ୍ୟ ରହିବ।










