ଭୁବନେଶ୍ୱର: ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ୫ ଜଣଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇଛି ପୋଲିସ । ମାମଲାରେ ଗିରଫଦାରୀ ସଂଖ୍ୟା ୧୧କୁ ବଢିଛି । ପୋଲିସ ଭିଡିଓ ଜରିଆରେ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରୁଛି । ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, ଅପରାଧିଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ । ଏପଟେ ସୌମ୍ୟଙ୍କ ସାଙ୍ଗ କହିଛନ୍ତି, ସୌମ୍ୟ ୨ ଯୁବତୀଙ୍କ ଗାଡିକୁ ଧକ୍କା ଦେଇ ତାଙ୍କୁ ଗାଳି ଗୁଲଜ କରିଥିଲା । କିନ୍ତୁ ସେମାନଙ୍କୁ ଅସଦାଚରଣ ବ୍ୟବହାର କରିନଥିଲା । ସେମାନେ ଯାହା ବି କିଛି କହୁଛନ୍ତି ସେସବୁ ମିଛ । ଏପଟେ ସୌମ୍ୟଙ୍କ ବାପା ୨ ଯୁବତୀଙ୍କୁ ଗିରଫ ଦାବି କରିଛନ୍ତି ।










