28.1 C
Bhubaneswar
Friday, May 8, 2026
Homeଓଡିଶାଜୟଦେବ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ନେତା ନବୀନଙ୍କୁ ଭେଟିଲେ

ଜୟଦେବ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ନେତା ନବୀନଙ୍କୁ ଭେଟିଲେ

ଭୁବନେଶ୍ୱର: ଜୟଦେବ ନିର୍ବାଚନମଣ୍ଡଳୀର ବିଜେଡିର ସମସ୍ତ ନେତା ଓ କର୍ମୀ ଆଜି ନବୀନ ନିବାସରେ ଦଳ ସଭାପତି ତଥା ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦଳର ସଂଗଠନ ସଂପର୍କରେ ଆଲୋଚନା କରିଥିଲେ । ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହି ଅବସରରେ ଜୟଦେବ ନିର୍ବାଚନମଣ୍ଡଳୀକୁ ଆସିବା ପାଇଁ ପୁଷ୍ପଗୁଚ୍ଛ ଓ ଫଳ ଭାର ଦେଇ ସଭାପତିଙ୍କୁ ନିମନ୍ତ୍ରଣ କରିଥିଲେ । ୯୦ ଦଶକଠାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜୟଦେବ ନିର୍ବାଚନ ମଣ୍ଡଳୀର ଜନସାଧାରଣ ରହିଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପୂର୍ବରୁ ଶଙ୍ଖ ଭବନ ପରିସରରେ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଜୟଦେବ ନିର୍ବାଚନମଣ୍ଡଳୀର ଦଳର ସମସ୍ତ ନେତୃମଣ୍ଡଳୀ ଉଦ୍ବୋଧନ ଦେଇଥିଲେ । ଏହା ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶଙ୍ଖ ଭବନଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ହଜାରରୁ ଉଦ୍ଧ୍ୱର୍ କର୍ମୀ ଓ ନେତା ଯାଇଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ଓ ଡ. ପି୍ରୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ଭାଗ୍ୟଲକ୍ଷ୍ମୀ ମିଶ୍ର, ସୋଲାର ମିଶ୍ର, ତି୍ରବିକ୍ରମ ଦାସ, ପ୍ରତାପ ନାୟକ, ତ୍ରିଲୋକ୍ୟ ମହାପାତ୍ର, ଚିନୁ ପଟ୍ଟନାୟକ, ଦୁର୍ଗା ମିଶ୍ର ଓ ମଙ୍ଗରାଜ ବେହେରା ପ୍ରମୁଖ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking