ଭବାନୀପାଟଣା: ଆଜି ଭୋରରେ ୨୬ ନମ୍ୱର୍ ଜାତୀୟ ରାଜପଥର ବାଦଲି – କୁଟ୍ରୁଖମାର ମଝିରେ ଏକ କାର ଗଛରେ ପିଟି ହେଇଛି। କାରରେ ଥିବା ୨ ଯୁବକ ଏବଂ ୨ ଯୁବତୀଙ୍କୁ ଲୋକମାନେ ଜିଲା ମୁଖ୍ୟ ଡ଼ାକ୍ତରଖାନାକୁ ପଠାଇଥିଲେ। ସେଠାରେ ଧରିତ୍ରୀ ସୁନା ନାମ୍ନୀ ଯୁବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୩ ଗୁରୁତରଙ୍କ ମଧ୍ୟରୁ ଜଣେ ଜସ୍ମିନ୍ ମହାନନ୍ଦ ନାମ୍ନୀ ଯୁବତୀ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ୨ ଜଣ ଯୁବକ ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତେ ସହରର ବିଭିନ୍ନ ପଡ଼ାର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବର ଜଣାପଡ଼ିବା ପରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିସ୍ଥିତି ସାଙ୍ଗକୁ ଚାପା ଉତ୍ତେଜନା ଦେଖାଦେଇଥିଲା।










