29.1 C
Bhubaneswar
Friday, May 8, 2026
Homeଦେଶ ବିଦେଶରାଷ୍ଟ୍ରୀୟ ସୁରକ୍ଷା ପାଇଁ ବଙ୍ଗ ବିଜୟ ଗୁରୁତ୍ୱପୂର୍ଣ୍ଣ: ଶାହ

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବଙ୍ଗ ବିଜୟ ଗୁରୁତ୍ୱପୂର୍ଣ୍ଣ: ଶାହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଅମିତ ଶାହ ସମ୍ବୋଧନ କରି କହିଛନ୍ତି, ବଙ୍ଗ ବିଜୟ ସବୁଠୁ ବଡ ବିଜୟ । ମନ, ଆତ୍ମା, ଶରୀର ସବୁ ଖୁସି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢିବା ବଡ ଉପଲବ୍ଧି । ୩୭୦ ଧାରା ହଟାଇବା ପରେ ବି ଆଉ ଗୋଟିଏ ଲକ୍ଷ୍ୟ ରହିଯାଇଥିଲା । ତାହା ଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢିବ । ଆଜି ବିଜେପି ବେଙ୍ଗଲରେ ସରକାର ଗଢି ଏକ ବଡ ଲକ୍ଷ୍ୟ ପୂରଣ କରିଛି । ବେଙ୍ଗଲରେ ଆମର ବିଜୟ ଯାତ୍ରା ଅତ୍ୟନ୍ତ କଷ୍ଟ ଦାୟକ ଅଟେ ।ହିଂସାରେ ଆମର ୩୨୧ କର୍ମକର୍ତ୍ତା ପ୍ରାଣ ହରାଇଛନ୍ତି । ୩୨୧ ବିଜେପି କର୍ମକର୍ତ୍ତାଙ୍କ ଏହି ବଳିଦାନ କଦାପି ଭୁଲି ହେବ ନାହିଁ । ସୀମା ସୁରକ୍ଷାକୁ ଆମେ ଆହୁରି ମଜଭୁତ କରିବୁ କହିଛନ୍ତି ଶାହ । ପଶ୍ଚିମବଙ୍ଗ ବିଜୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁପ୍ରବେଶ ଓ ବେଆଇନ ଗୋଚାଲାଣ ଅସମ୍ଭବ ହେବ । ସାରା ଦେଶରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ବାହାର କରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking