35.1 C
Bhubaneswar
Thursday, May 7, 2026
Homeଓଡିଶାତିନି ରଥର ୧୬ ଚକ ନିର୍ମାଣ ଶେଷ

ତିନି ରଥର ୧୬ ଚକ ନିର୍ମାଣ ଶେଷ

ପୁରୀ: ବୁଧବାର ସନ୍ଧ୍ୟା ସୁଦ୍ଧ୍ୟା ତିନି ରଥ ପାଇଁ ୧୬ଟି ଚକ ନିର୍ମାଣ ଶେଷ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ ପାଇଁ ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି । ତିନି ରଥର ଆଉ ୨୬ଟି ଚକ ନିର୍ମାଣ କରାଯାଉଛି। ତୁମ୍ବଗୁଡିକରେ ବିନ୍ଧ କରାଯିବା ସହ ଅର ଓ ପହି ସଂଯୋଗ କରାଯାଉଛି । ସେହିପରି ତିନି ରଥର ପ୍ରଭା ଅପସରା ଏବଂ ବେଦୀ ସିଂହାସନ ନିର୍ମାଣ ଶେଷ ହୋଇଛି । ତିନି ରଥର ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ବି ନିର୍ମାଣ ସରିଥିବା ଜଣାପଡିଛି । ରୂପକାର ସେବକମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ତିନି ରଥରେ ୧୦ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ଶେଷ ହୋଇଛି । ଅବଶିଷ୍ଟ ଚକଗୁଡିକ ପାଇଁ ଅରକଣ୍ଟା ପ୍ରସ୍ତୁତ କରାଯାଉଛି । ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଅବ୍ୟାହତ ରହିଛି ବୁଧବାର ୧୯୨ ମହାରଣା , ଭୋଇ, କରତି, ରୂପକାର, କମାର ସେବକ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking