35.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ଚେନ୍ନାଇ: ସସପେନ୍ସ ହେଲା ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେରକରଙ୍କୁ ଭେଟିଛନ୍ତି ଥାଲାପତି ବିଜୟ । ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି ରାଜ୍ୟପାଳ । ୧୧୮ ବିଧାୟକଙ୍କର ଦସ୍ତଖତ ସହିତ ଆସିବାକୁ କହିଛନ୍ତି ରାଜ୍ୟପାଳ। ଶପଥ ପୂର୍ବରୁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳଙ୍କର ନିର୍ଦ୍ଦେଶ ରହିଛି । ଯଦିଓ ଟିଭିକେକୁ କଂଗ୍ରେସ ସମର୍ଥନ ପ୍ରତିଶ୍ରୁତି ଦେଇଛି ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି ଏବେ ବି କିନ୍ତୁ ସଂଘର୍ଷ କରୁଛି ବିଜୟଙ୍କ ଟିଭିକେ ଦଳ । ୧୦୮ଟି ସିଟରେ ଟିଭିକେ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ଆବଶ୍ୟକ । ଏପଟେ ଡିଏମକେ,ଏଆଇଡିଏମକେ ମେଣ୍ଟଚର୍ଚ୍ଚା ସ୍ଥିତିକୁ ମଧ୍ୟ ଆହୁରି ଜଟିଳ କରିଛି । ତେବେ ଏହାକୁ ନେଇ ବଢିଛି ଘୋଡା ବେପାରର ଆଶଙ୍କା । ଏଆଇଡିଏମକେ ତାର ୧୫ ବିଧାୟକଙ୍କୁ ପଡୋଶୀ ପୁଡୁଚେରୀର ଏକ ରିସର୍ଟକୁ ସ୍ଥାନାନ୍ତର କରିଛି । ଟିଭିକେ ମଧ୍ୟ ତାର ବିଧାୟକମାନଙ୍କୁ ଏକାଠି ରହିବା ପାଇଁ ମାମଲାପୂରମର ଏକ ରିସର୍ଟକୁ ସ୍ଥାନାନ୍ତର କରିଥିବା କଥା ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking