ଭୁବନେଶ୍ୱର: ଏମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ୨୩ଟି ଟ୍ରକ ଟର୍ମିନାଲ । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସମସ୍ତ ଟ୍ରକ ଟର୍ମିନାଲ କାମ ଶେଷ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । କେବଳ ଗିରିଶୋଳାର ଟର୍ମିନାଲଟି ଏ ଯାଏଁ କାର୍ଯ୍ୟକ୍ଷମ ହୋଇଛି । ଟ୍ରକ ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ଦୁର୍ଘଟଣା ଅନେକ ମାତ୍ରାରେ କମିବ ।










