33.1 C
Bhubaneswar
Thursday, May 7, 2026
Homeଓଡିଶାଅଗ୍ନିକାଣ୍ଡରେ ୧୨ ଛେଳି ସହ ଗାଈ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୧୨ ଛେଳି ସହ ଗାଈ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା: ଅଗ୍ନିକାଣ୍ଡରେ ୧୨ ଛେଳି ସହ ଗାଈ ଜୀବନ୍ତ ଦଗ୍ଧ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପ୍ରଦୀପ୍ତ ମଲ୍ଲିକଙ୍କର ଗୁହାଳ ଘର ସମେତ ତିନିବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୨ ଛେଳି ସମେତ ଗୋଟିଏ ଗାଈ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଘରଟି ଜଳୁଥିବା ସମୟରେ ମାଲିକ ପ୍ରଦୀପ୍ତ ଛେଳି ଓ ଗାଈମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ପ୍ରଦୀପ୍ତଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଦମକଳ ଗାଡି ପହଁଚିଲା ବେଳକୁ ଘରଟି ସମ୍ପୁର୍ଣ୍ଣ ଜଳିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking