32.1 C
Bhubaneswar
Wednesday, May 6, 2026
Homeଓଡିଶାଜନଗଣନା: ଶିକ୍ଷକଙ୍କୁ ବାଧା ଦେଲେ ହେବ ଆକ୍ସନ

ଜନଗଣନା: ଶିକ୍ଷକଙ୍କୁ ବାଧା ଦେଲେ ହେବ ଆକ୍ସନ

ଭୁବନେଶ୍ୱର: ଜନଗଣନା କାମରେ ଶିକ୍ଷକଙ୍କୁ ଅଟକାଇଲେ କଡା କାର୍ଯ୍ୟାନୁଷ୍ଠାନ । ଜନଗଣନା ୨୦୨୭ କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ଅନିବାର୍ଯ୍ୟ ସାମିଲ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର କଡା ନିର୍ଦ୍ଦେଶ । କେତେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ଜନଗଣନାକାରୀ ଓ ସୁପରଭାଇଜର ଭାବେ କାମ କରିବାରେ ବାଧା ଦେଉଥିବା ନେଇ ସରକାରଙ୍କ ନଜରକୁ ଆସିଛି । ଜନଗଣନା କାର୍ଯ୍ୟ ସେନସସ ଆକ୍ଟ-୧୯୪୮ ଅନୁସାରେ ବାଧ୍ୟତାମୂଳକ ଓ ବୈଧ କାର୍ଯ୍ୟ ବୋଲି ପତ୍ରରେ ଉଲ୍ଲେଖ ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି । ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ରିଲିଭ କରିବା ବାଧ୍ୟତାମୂଳକ ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ । ନିର୍ଦ୍ଦେଶ ଅମାନ୍ୟ କିମ୍ବା ଅବହେଳା କରିଲେ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking