ଗଞ୍ଜାମ: ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ସ୍ତ୍ରୀ ରଶ୍ମିତାଙ୍କ ପ୍ରେସମିଟ । ସ୍ୱାମୀ ସୁଧୀର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କାହାଣୀ ବଖାଣିଲେ ଖୋଦ ସ୍ତ୍ରୀ । କହିଲେ, ସ୍ୱାମୀଙ୍କୁ ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ ନମ୍ବରରୁ ପରିବାରର ଲିଙ୍କ ପାଇଥିଲା ପୋଲିସ । ଝିଆରୀ ୪ ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ବଡ ଭାଇଙ୍କ ମୃତ୍ୟୁ ପରଠାରୁ ତାଙ୍କ ମନରେ ଅଶାନ୍ତି ଥିଲା । ବଡ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ସୁଧୀରଙ୍କ ଭାଉଜ । ଜଣେ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ସୁଧୀରଙ୍କୁ କହିଥିଲେ ନିବେଦିତା । ସୂଚନା ଥାଉକି, ସୁଧୀର ପାତ୍ର ଭଲି ବଲ ଖେଲି ସାରି ତାଙ୍କ ଶ୍ୱଶୁର ଘରକୁ ଆସିବା ବାଟରେ କିଛି ଦୁର୍ବୃତ୍ତ ତାଙ୍କୁୁ ମାର ପିଟ କରି ଅପହରଣ କରି ଏକ ଜଙ୍ଗଲରେ ହତ୍ୟା କରିଥିଲେ । ପରେ ପୋଲିସ ସେଠାରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ।










