30.1 C
Bhubaneswar
Tuesday, May 5, 2026
Homeଓଡିଶାଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର

ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର

ମାଲକାନଗିରି: ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର । ମାଲକାନଗିରି କେସିସି ବ୍ୟାଙ୍ଗ ମ୍ୟାନେଜର ସୁଧାଂଶୁ ଖରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କା ଆତ୍ମସାତ ଅଭିଯୋଗ ରହିଛି ସୁଧାଂଶୁ ଖରାଙ୍କ ବିରୋଧରେ । ୫ଟି ଲ୍ୟାମ୍ପସ ଚାଷୀଙ୍କ ଋଣ ପରିଶୋଧ ଟଙ୍କା ମାଲକାନଗିରି କେସିସି ବ୍ୟାଙ୍କରୁ ଆତ୍ମସାତ କରିଥିଲେ ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖରା । ବାରମ୍ବାର ଅଭିଯୋଗ ପରେ ସେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ସେପଟେ ୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଥାନା ଏଏସଆଇ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଏ.ଏସ.ଆଇ ପ୍ରଶାନ୍ତ କୁମାର ପ୍ରଧାନ ଏକ ଜାଗାବାଡି ମାମଲାର ରିପୋର୍ଟ ଦେବା ଲାଗି ଲିଲିମା ବାରିକଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଲିଲିମା ବାରିକ ଜାଗାବାଡି ମାମଲାରେ ଉପଜିଲ୍ଲାପାଳଙ୍କ ନିକଟରେ ଏକ ମାମଲା କରିଥିଲେ । ଏହି ମାମଲାର ତଦନ୍ତ ରିପୋର୍ଟ ଲାଗି ଏଏସଆଇ ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କୁ ଲାଞ୍ଚ ମାଗିଥିଲେ ଲିଲିମା ବାରିକ ଏହାପରେ କେନ୍ଦ୍ରାପଡା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍‌ମୀ କୁଆଣଙ୍କ ନେତୃତ୍ୱରେ ଏକ ଟିମ ଜଗି ରହିଥିଲା । ଲିଲିମା ବାରିକଙ୍କ ଠାରୁ ଥାନା ପରିସରରେ ଏଏସଆଇ ପ୍ରଶାନ୍ତ ପ୍ରଧାନ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking