33.1 C
Bhubaneswar
Monday, May 4, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ମଉଳିଲା ଟିଏମସି

ପଶ୍ଚିମବଙ୍ଗରେ ମଉଳିଲା ଟିଏମସି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ‘ଦିଦି’ ସରକାରର ପତନ । ଗାଦିଚ୍ୟୁତ ହେଲା କ୍ଷମତାସୀନ ଟିଏମସି । ପଶ୍ଚିମବଙ୍ଗରେ ମଉଳିଲା ଟିଏମସି । ପଶ୍ଚିମବଙ୍ଗରେ ପ୍ରଥମ କରି ସରକାର ଗଢିବ ବିଜେପି । ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି । କେବଳ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣାକୁ ଅପେକ୍ଷା କରାଯାଇଛି । ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ପାଳନ କରାଯିବ । ସେଠାକାର ବାସିନ୍ଦାମାନେ ମଧ୍ୟ ବିଜେପି ସରକାର ଆସିବା ନେଇ ବେଶ ଖୁସି ଅଛନ୍ତି । ଗେରୁଆ ବସ୍ତ୍ର ପରିଧାନ କରି ରଙ୍ଗ ଖେଳି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ କହିଛନ୍ତି, ନିଯୁକ୍ତି କ୍ଷେତ୍ର ଏବଂ ସୁରକ୍ଷା କ୍ଷେତ୍ରରେ ବିଜେପି ସରକାର ବହୁତ ସୁଯୋଗ ଦେବେ । ଯାହା ମମତା ଦିଦି ସରକାର ଗଠନରେ ହୋଇ ପାରିନଥିଲା । ସୂଚନା ଥାଉକି, ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍‌କା ଲାଗିଛି। ଶାସକ ଦଳ ୧୧୭ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୧ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୧୪୮ ଆସନର କୁହୁକ ସଂଖ୍ୟା ରହିଥିବାବେଳେ ବିଜେପି ପ୍ରାରମ୍ଭିକ ଗଣତିରେ ଏହାକୁ ଅତିକ୍ରମ କରିଥିବା ଦେଖାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking