26.1 C
Bhubaneswar
Sunday, May 3, 2026
Homeଓଡିଶାଉପ-କାରାଗାରରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

ଉପ-କାରାଗାରରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

ବାଣପୁର : ହତ୍ୟା ଅଭିଯୋଗରେ ବାଣପୁର ଉପ-କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି।ଗତ ପଞ୍ଚାଦିନ ଧରି ବ୍ରହ୍ମପୁର ଏମକେସିଜିରେ ହୃଦ ରୋଗର ଚିକତ୍ସା ହୋଇ ଗତକାଲି ସନ୍ଧ୍ୟାରେ କାରାଗାରକୁ ଫେରିଥିଲେ ବନ୍ଦୀ ଶଠ ରାଉତରାୟ। ଆଜି ସକାଳୁ ଗାଧୁଆଘରେ ଗାଧୋଉ ଥିବାବେଳେ ହଠାତ ଅଚେତ ହୋଇ ପଡିବାରୁ ଜେଲ କର୍ତ୍ତୃପକ୍ଷ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶଠ ରାଉତରାୟଙ୍କ ଘର ବାଣପୁର ଥାନା ଶାନ୍ତିନଗରରେ। ପରିବାର ଲୋକଙ୍କୁ କାରାଗାର କର୍ତ୍ତୃପକ୍ଷ ଅବଗତ କରିବାପରେ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଥିଲେ। ଯେହେତୁ ଗତ ୨୮ତାରିଖରୁ ସେ ଚିକିତ୍ସା ହେଉଥିଲେ ତେଣୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ। ଅନ୍ୟ ପଟେ ମୃତ ଦେହକୁ ଜବତକରି ଘଟଣାର ତଦନ୍ତ କରୁଛି ବାଣପୁର ପୋଲିସ। ଗତ ୨୦୨୪ ଜୁଲାଇ ମାସରେ ପାରିବାରିକ କଳହରୁ ସାନପୁଅର ହତ୍ୟା ଅଭିଯୋଗରେ ଶଠ ରାଉତରାୟ ବିଚାରଧୀନ ବନ୍ଦୀ ଭାବରେ ବାଣପୁର ଉପକାରାଗରେ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking