27.1 C
Bhubaneswar
Sunday, May 3, 2026
Homeଓଡିଶାଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଲ୍ୟବନ୍ଧୁ

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଲ୍ୟବନ୍ଧୁ

ଭଞ୍ଜନଗର : ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ, ସେନା କର୍ମଚାରୀ ଏବଂ ତାଙ୍କର ବାଲ୍ୟବନ୍ଧୁ । ଏକା ସାଙ୍ଗେ ଗାଁରୁ ଉଠିଲା କୋକେଇ । ଗୋଟିଏ ଶ୍ମଶାନରେ ଜଳିଲା ଦୁଇଟି ଜୁଇ । ଶୋକାକୁଳ ପରିବେଶ ପାଲଟି ଯାଇଥିଲା, ସମୁଦାୟ ଅଞ୍ଚଳ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗାଁରେ ଘଟିଯାଇଛି, ଏଭଳି ହୃଦୟ ବିଦାରକ ଘଟଣା । କାନ୍ଦବୋବାଳି ରେ ଫାଟି ପଡୁଥିଲା ଗୋଟିଏ ଗାଁର ଦୁଇ ପରିବାର । ସ୍ତବ୍ଧ ପାଲଟି ଯାଇଥିଲେ, ପିଲାଠୁ ବୟସ୍କ । ଦୁଇ ବନ୍ଧୁଙ୍କ ଅକାଳ ବିୟୋଗକୁ କେହି ଗ୍ରହଣ କରିପାରୁନଥିଲେ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗାଁର ଏହି ଦୁଃଖଦ ଘଟଣା । ଉଭୟେ ବାହାର ରାଜ୍ୟରେ ଜୀବିକାର୍ଜନ କରୁଥିଲେ । ଜଣେ ସେନା ବିଭାଗରେ, ଆଉଜଣେ ଘରୋଇ କମ୍ପାନୀରେ । ଦୁହେଁ ଏକା ଗାଁର, ବାଲ୍ୟବନ୍ଧୁ । ଛୁଟି ନେଇ ଡକାଡକି ହୋଇ ଗାଁକୁ ଆସିଥିଲେ । କୈ।ଣସି କାମରେ ଉଭୟେ ବାହାରକୁ ଯାଇ, ବାଇକ୍ ଯୋଗେ ଘରକୁ ଫେରୁଥିଲେ । ସୋରଡ଼ା – ଭଂଜନଗର ରାସ୍ତାର ବିଭୁତିଆ ନିକଟରେ ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଗାଁର ସଂଜୀବ କୁମାର ବେହେରା । ଗତ ପ୍ରାୟ ୪ ବର୍ଷ ପୂର୍ବରୁ ସେନା ବିଭାଗରେ ଭର୍ତ୍ତି ହୋଇ, ଏବେ ସେ ପଞ୍ଜାବରେ କାର୍ଯ୍ୟରତ ଥିଲେ । ସେହିଭଳି ତାଙ୍କର ବାଲ୍ୟବନ୍ଧୁ ବସନ୍ତ ସ୍ବାଇଁ । ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଉଭୟେ ଘରର ରୋଜଗାରିଆ ପୁଅ ଥିଲେ । ଗଂଜାମ ଗୋଳାବନ୍ଧ ଆର୍ମି ବିଭାଗର ସେନା କର୍ମଚାରୀ ମାନେ ଗାଁରେ ପହଞ୍ଚି, ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ସହ, ତୋପ ସଲାମୀ ଦେଇଥିଲେ । ଗାଁ ଶ୍ମଶାନରେ ଏକାସାଙ୍ଗେ ଜଳିଥିଲା ଦୁଇଦୁଇଟି ଦୁଇ । ଘରର ରୋଜଗାରିଆ ପୁଅଙ୍କୁ ହରାଇ, ଭାଙ୍ଗିପଡିଥିଲେ ଉଭୟ ପରିବାର । ଉଭୟ ସାଙ୍ଗ ଅବିବାହିତ ଥିଲେ । ଆସନ୍ତା ଦିନରେ ଉଭୟଙ୍କ ବିବାହ ନେଇ, ପରିବାର ଲୋକେ ପ୍ରସ୍ତୁତ ହେଉଥିଲେ । ତା’ ପୂର୍ବରୁ ପରିବାର ଲୋକଙ୍କ ସବୁ ଆଶା , ଆଶାରେ ହିଁ ରହିଗଲା । ଅକାଳରେ ଚାଲିଗଲେ, ଦୁଇ ଦୁଇଟି ଭେଣ୍ଡିଆ ପୁଅ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking