ଯାଜପୁର: ଦହିବରା ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥ । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଯାଜପୁର ପାଟପୁର ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦହିବରା ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥା ହୋଇପଡିଛନ୍ତି । ଏହାପରେ ତୁରନ୍ତ ଅସୁସ୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ରୁ ଅଧିକ ଶିଶୁ ଥିବା ସୂଚନା ମିଳିଛି । ତେବେ ଦହିବରା ଖାଇ ଅସୁସ୍ଥ ହେବା ଘଟଣା ପରେ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ମେଡିକାଲରେ ବରିଷ୍ଠ ଡାକ୍ତରଙ୍କ ସହଯୋଗରେ ଚିକିତ୍ସା ଜାରି ରହିଛି । ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ମଧ୍ୟ ସ୍ଥାନାନ୍ତରିତ ହୋଇପାରନ୍ତି । ହେଲେ ବର୍ତ୍ତମାନ ଯାଏଁ ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆକ୍ରାନ୍ତ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡିଛି । ଯାହାକି ଏକ ଆଶ୍ୱସ୍ତିକର ଖବର ବୋଲି ସୂଚନା ମିଳିଛି ।










