32.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ !

ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ !

ନୂଆଦିଲ୍ଲୀ: ମେ’ ମାସକୁ ବାତ୍ୟା ଭୟ । ଅନେକ ଥର ମେ’ ମାସରେ ବାତ୍ୟା ହୋଇ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି । ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି । ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଆକଳନ କରିଛି । ୧୧ରୁ ୧୫ ତାରିଖମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାସହ ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନିସିସର ରୂପ ନେବାର ଆଶଙ୍କା ରହିଛି । ଆଇଏମଡି ମେ ୩ରୁ ମେ ୭ ମଧ୍ୟରେ ଉତ୍ତର ପଶ୍ଚିମ ଭାରତ ଏବଂ ସଂଲଗ୍ନ କେନ୍ଦ୍ରୀୟ ଭାରତରେ ଝଡବର୍ଷା, ବିଜୁଳି ଏବଂ ୪୦ରୁ ୬୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେଉଛି, ଯାହା ମେ ୨୪-୨୫ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ସମ୍ଭାବ୍ୟ ପ୍ରଭାବ: ଏହି ଘୂର୍ଣ୍ଣିଝଡ଼ ଯୋଗୁଁଁ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ପାଇଁ ଚେତାବନୀ ଜାରି କରାଯାଇଛି। ବଙ୍ଗୋପସାଗର ଏବଂ ଆରବ ସାଗର ଉଭୟରେ ଜଳ ଉଷ୍ମ ହେବା ଯୋଗୁଁଁ ଘୂର୍ଣ୍ଣିଝଡ଼ର ତୀବ୍ରତା ବୃଦ୍ଧି ପାଇପାରେ।ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ସେମାନଙ୍କୁ ଦୁର୍ବଳ ନିର୍ମାଣ ଏବଂ ବିଦ୍ୟୁତ୍ ଖୁଣ୍ଟଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking